Skip to Content

Lok Bhavan of Odisha achieves IGBC Green Campus rating

ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡ଼ିଶା ଲୋକଭବନକୁ ପ୍ରତିଷ୍ଠିତ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି
1 सितंबर 2026 द्वारा
thenewsagency


Bhubaneswar, September 1 (TNA) ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ନବୀକରଣଯୋଗ୍ୟ ଶକ୍ତି ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡ଼ିଶା ଲୋକଭବନକୁ ପ୍ରତିଷ୍ଠିତ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ ପ୍ରଦାନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ IGBC ଅଧ୍ୟକ୍ଷ ଏହି ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ସବୁଜ ଓ ସ୍ଥାୟୀ ଭବିଷ୍ୟତ ଦିଗରେ ଲୋକ ଭବନର ଯାତ୍ରା ଆଜି ଏକ ଐତିହାସିକ ସଫଳତାରେ ପରିଣତ ହୋଇଛି ବୋଲି ଶ୍ରୀ କମ୍ଭମପାଟି କହିଛନ୍ତି। ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍‌ର ଗ୍ରୀନ୍ କ୍ୟାମ୍ପସ୍ ରେଟିଂ ପ୍ରଣାଳୀରେ ଲୋକଭବନ ୧୦୦ରୁ ୮୮ ପଏଣ୍ଟ ହାସଲ କରିଛି।

ନୂତନ IGBC Green Campus v1 ମାନଦଣ୍ଡରେ ଏହା ପ୍ରଥମ ପ୍ଲାଟିନମ୍ ରେଟେଡ୍ କ୍ୟାମ୍ପସ୍ ଭାବେ ସ୍ୱୀକୃତି ପାଇଛି। ଲୋକଭବନ ପରିସରର ୮୦ ପ୍ରତିଶତରୁ ଅଧିକ ଅଞ୍ଚଳ ସବୁଜ ଆବରଣରେ ରହିଛି। ଏଠାରେ ୨ ହଜାର ୩୭୪ଟି ଗଛ ଓ ୭୨ ପ୍ରଜାତିର ବୃକ୍ଷ ରହିଛି। ଜଳ ବ୍ୟବହାରରେ ୩୫ ପ୍ରତିଶତରୁ ଅଧିକ ହ୍ରାସ ସହ ବର୍ଷାଜଳ ସଂଗ୍ରହ, ଭୂତଳ ଜଳ ପୁନର୍ଭରଣ ଏବଂ ୬୩୫ କିଲୋୱାଟ୍‌ପିକ୍ ସୌର ଶକ୍ତି ବ୍ୟବସ୍ଥା କରାଯାଇଛି। ଜୈବ ଓ ଶୁଖିଲା ଅବଶିଷ୍ଟର ବୈଜ୍ଞାନିକ ପରିଚାଳନା ସହ ଇଭି ଚାର୍ଜିଂ ସୁବିଧା ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।


में Vernacular
इस पोस्ट को साझा करें
टैग्स 


संग्रहित करें